ସହପାଠୀଙ୍କ ଛୁରୀ ଆକ୍ରମଣରେ ଛାତ୍ର ମୃତ
ଶୁକ୍ରବାର ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ସ୍କୁଲ ବାହାରେ ଜଣେ ୧୪ ବର୍ଷୀୟ ଛାତ୍ରଙ୍କୁ ଛୁରୀରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶାକରପୁର ଅଞ୍ଚଳର ରାଜକିଆ ସର୍ବୋଦୟ ବାଲ୍ ବିଦ୍ୟାଳୟ ନମ୍ବର ୨ର ବାହାରେ ଘଟିଛି। ପ୍ରାଥମିକ ତଦନ୍ତ କରି ପୁଲିସ୍ ଜାଣିବାକୁ ପାଇଛି ଯେ ପୀଡିତ ଇଶୁ ଗୁପ୍ତାଙ୍କର ବିଦ୍ୟାଳୟରେ ଏକ୍ସଟ୍ରା କ୍ଲାସ୍ ବେଳେ ଅନ୍ୟ ଜଣେ ଛାତ୍ର କୃଷ୍ଣଙ୍କ ସହ ତୀବ୍ର ଯୁକ୍ତିତର୍କ ହୋଇଥିଲା। ସ୍କୁଲ୍ ଶେଷ ହେବା ପରେ କୃଷ୍ଣ ନିଜର ତିନିରୁ ଚାରି ଜଣ ସାଙ୍ଗଙ୍କୁ ସାଥିୀରେ ଧରି ଇଶୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ଇଶୁଙ୍କ ଜୀବନ ଯାଇଛି। ଘଟଣା ଘଟିବା ପରେ ସ୍କୁଲ କର୍ମଚାରୀମାନେ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ପୁଲିସ ଦଳ, ଆଣ୍ଟି ନାର୍କୋଟିକ୍ସ ସ୍କ୍ବାଡ୍ ଏବଂ ସ୍ପେସାଲ ଷ୍ଟାଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି |

