ଦେଶ ବିଦେଶ

କୁହୁଡ଼ି ହେତୁ ୨୫୦ରୁ ଅଧିକ ବିମାନ ପ୍ରଭାବିତ

Spread the love

ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ହେତୁ ଶହ ଶହ ବିମାନ ଏବଂ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଘନ କୁହୁଡ଼ି ଦିଲ୍ଲୀ ସମେତ ଏକାଧିକ ରାଜ୍ୟକୁ ଘେରି ରହିଥିବା ବେଳେ ଥଣ୍ଡା ତରଙ୍ଗ ମଧ୍ୟରେ ଦୃଶ୍ୟମାନତା ହ୍ରାସ ପାଇଛି। ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। ଶନିବାର ସକାଳେ ରନୱେ ଦୃଶ୍ୟ ଶୂନ୍ୟ ଥିବାରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଫଳରେ ୨୫୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ପ୍ରାୟ ୪୦ଟି ବିମାନ ବାତିଲ କରାଯାଇଛି|

Leave a Reply

Your email address will not be published. Required fields are marked *