ଦେଶ ବିଦେଶ

ଜଳଗାଓଁ ଟ୍ରେନ୍ ଦୁର୍ଘଟଣା ମାମଲା

Spread the love

ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଗତକାଲି ଏକ ଦୁଃଖଦ ଘଟଣାରେ ପୁଷ୍ପକ ଏକ୍ସପ୍ରେସର ଅନେକ ଯାତ୍ରୀ ଅଗ୍ନିକାଣ୍ଡ ଗୁଜବ ଯୋଗୁ ବଗିରୁ ଡେଇଁ ପଡ଼ିଥିଲେ। ଏଥିରେ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ ଜଣେ ଚା ବିକ୍ରେତା ନିଆଁ ଲାଗିଥିବା ମିଥ୍ୟା ଦାବି କରି ଟ୍ରେନର ଜରୁରିକାଳୀନ ଚେନ୍ ଟାଣିବାରୁ ଯାତ୍ରୀମାନେ ଭୟରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସେପଟେ ପାଖ ଟ୍ରାକ୍ ଦେଇ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସେମାନଙ୍କୁ ଦଳିଦେଇଥିଲା।କିନ୍ତୁ ପ୍ରକୃତରେ ଟ୍ରେନ୍‌ରେ କୌଣସି ନିଆଁ ଲାଗି ନ ଥିଲା ଏବଂ ଚା ବିକାଳି ଗୁଜବ କରିଥିଲେ। ଜଳଗାଓଁରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜଳଗାଓଁ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛି ରେଳ ମନ୍ତ୍ରଣାଳୟ। ଉକ୍ତ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *