ଦେଶ ବିଦେଶ

ଋଷ-ୟୁକ୍ରେନ୍ ଯୁଦ୍ଧରରେ ପଡିବ ପୁର୍ଣ୍ଣଛେଦ !

Spread the love

ପ୍ରାୟ ୩ ବର୍ଷ ହେବ ଚାଲିଆସୁଥିବା ଋଷ-ୟୁକ୍ରେନ୍ ଯୁଦ୍ଧରରେ ପଡିବ ପୁର୍ଣ୍ଣଛେଦ ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି । ନିର୍ବାଚନ ପୂର୍ବରୁ ଯୁଦ୍ଧ ବିରତି ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଆଉ କହିଥିଲେ କ୍ଷମତାକୁ ଆସିବାର ପରଦିନ ମୋର ପ୍ରଥମ କାମ ରହିବ ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିବା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘‘ମୁଁ ଖୁବଶୀଘ୍ର ଋଷ ରାଷ୍ଟ୍ରପତିଙ୍କ ସହ ଭେଟିବାକୁ ଚାହୁଁଛି । ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାର ସମୟ ଆସିଛି । ଯୁଦ୍ଧ ଦ୍ୱାରା ଅନେକ ଧନଜୀବନ ନଷ୍ଟ ହେଉଛି । ଅନେକ ପ୍ରାଣହାନୀ ଘଟିଛି । ଅର୍ଥନୀତି ଉପରେ ବି ଏହାର ପ୍ରଭାବ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ ରହିଛି । ଯୁଦ୍ଧ ରୋକିବା ପାଇଁ ମୁଁ ବାସ୍ତବରେ ପୁଟିନଙ୍କ ସହ ଭେଟିବାକୁ ଚାହୁଁଛି । ସେ କହିଛନ୍ତି, ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକାର ଚେଷ୍ଟା ଆରମ୍ଭ ହୋଇସାରିଛି । କିନ୍ତୁ ଯୁଦ୍ଧ ରୋକିବା ପାଇଁ ଚୀନର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ଅଟେ ।

Leave a Reply

Your email address will not be published. Required fields are marked *