ଧାମରାରେ ‘ଦାନା’ର ତାଣ୍ଡବ
ଗତକାଲି ମଧ୍ୟରାତ୍ରଠାରୁ ଭଦ୍ରକର ଧାମରା ଅଞ୍ଚଳରେ ବାତ୍ୟା ‘ଦାନା’ର ପ୍ରଭାବ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ସମୁଦ୍ର ଜୁଆର ଦେଢ଼ଫୁଟ୍ ବଢ଼ିଛି।ସମୁଦ୍ର କୂଳଠାରୁ ୧୦୦ ମିଟର ଦୂରରେ ଥିବା ଧାମରା ବନ ବିଭାଗ ବିଟ୍ ହାଉସ ଜୁଆର ପାଣିରେ ବୁଡ଼ିରହିଛି। ଅନ୍ୟପଟେ ବାତ୍ୟାର ପ୍ରକୋପ ଦେଖି ଆଜି ଦିନ ୧୨ଟା ସୁଦ୍ଧା ୧୩ହଜାର ଏବଂ ସନ୍ଧ୍ୟା ସୁଦ୍ଧା ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
‘ଦାନା’ ଭିତରକନିକାଠାରୁ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୂଚନା ଦେଇଛନ୍ତି। ଗତକାଲି ମଧ୍ୟରାତ୍ରଠାରୁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ବେଳେ ଆଜି ସକାଳଠାରୁ ବର୍ଷା ଓ ଜୋରରେ ପବନ ବହିବାରେ ଲାଗିଛି।
ଗତକାଲି ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।ଦିନ ୧୨ଟା ସୁଦ୍ଧା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଏବଂ ସ୍କୁଲଗୁଡ଼ିକରେ ପାଖାପାଖି ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
