ରାଜ୍ୟ

ଡିଜିଟାଲ ଫସଲ ସର୍ବେକ୍ଷଣ ମନ୍ଥର

Spread the love

କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇ ଫସଲ ଉତ୍ପାଦନ ଓ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ ଇ-ଚାଷ ଆପ୍‌ ଓ ପୋର୍ଟାଲ ଆରମ୍ଭ କରାଯାଇଛି।  ‌କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ମନ୍ଥର ଗତିରେ ଏହା ଚାଳିଥିବା ବେଳେ ମାତ୍ର ୩୯ପ୍ରତିଶତ ହୋଇଥିବା ସୂଚନା ମିଳିଛି।

ଏହି ମାସର ୩୧ତାରିଖ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ଜିଲ୍ଲାରେ ୫ଲକ୍ଷ ୩୭ହଜାର ୬୦୯ପ୍ଲଟ ରହିଥିବା ବେଳେ ୨ଲକ୍ଷ ୧୨ହଜାର ୫୮୭ ପ୍ଲଟ ୩୯ପ୍ରତିଶତ ସର୍ବେକ୍ଷଣ ସରିଛି।

ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ସମୃଦ୍ଧ କୃଷକ ନୀତିକୁ ପ୍ରୋତ୍ସାହନ ଯୋଗାଇବା ସହ  ଅପହଞ୍ଚ ଇଲାକାରେ ହେଉଥିବା ଫସଲର ମଧ୍ୟ ସଠିକ ତଥ୍ୟ ପ୍ରଦାନ କରିବ। ଯେଉଁ ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ସୁଦୃଢ ନୀତି ପ୍ରଣୟନ କରିବାରେ ଏହା ସହାୟକ ହେବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *