ନଭେମ୍ୱର ପହିଲାରୁ ଲାଗୁ ହୋଇପାରେ ଏ ନିୟମ. ମୋବାଇଲକୁ ଆଉ ଆସିବନି ଓଟିପି !
ନଭେମ୍ୱର ପହିଲାରୁ ଟ୍ରାଇର ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସେଥିପାଇଁ ଭାରତୀୟ ଟେଲିକମ୍ କମ୍ପାନୀ ଗୁଡ଼ିକ ତରଫରୁ ମଧ୍ଯ ଗ୍ରାହକଙ୍କୁ ଚେତାବନୀ ସହ ସତର୍କ କରାଯାଉଛି । ପ୍ରକାଶଥାଉ ଯେ, ଆସନ୍ତା ନଭେମ୍ବର ୧ ତାରିଖରୁ ମୋବାଇଲକୁ କୌଣସି ଓଟିପି ଆସିବ ନାହିଁ ବୋଲି କହୁଛନ୍ତି ବହୁ କମ୍ପାନୀ । ଏହି ଦିନରୁ ଟ୍ରାଇ ଦ୍ୱାରା ଲାଗୁ ହେବାକୁ ଥିବା ନୂଆ ନିୟମକୁ ନେଇ ବିଭିନ୍ନ ଟେଲିକମ୍ କମ୍ପାନୀ ଚିନ୍ତା ମଧ୍ଯ ବ୍ୟକ୍ତ କରିଛନ୍ତି । ଏହି ନୂଆ ନିୟମ ଅନୁସାରେ ଇ-କମର୍ସ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଦ୍ୱାରା ପଠାଯାଇଥିବା ଟ୍ରାଞ୍ଜାକ୍ସନାଲ ଏବଂ ସର୍ଭିସ ମେସେଜର ଟ୍ରେସବିଲିଟି ଅନିବାର୍ଯ୍ୟ କରି ଦିଆଯାଇଛି ।ଯାହାଫଳରେ ସାଧାରଣ ଗ୍ରାହକ ବା ମୋବାଇଲ ୟୁଜର୍ସଙ୍କ ମୁଣ୍ଡ ବିନ୍ଧିବାରେ ମଧ୍ଯ ଲାଗିଛି । ଯଦି ସତରେ ଏଭଳି ହୁଏ, ତେବେ ଗ୍ରାହକ ମଧ୍ଯ ଅନେକ ଅସୁବିଧାର ସାମ୍ନା କରିବେ । ବିନା ଓଟିପିରେ କିଭଳି ସେମାନେ କାମ କରିବେ ତାହା ଏବେ ପ୍ରଶ୍ନ ।କହିରଖୁ, ମେସେଜ ପଠାଇବା ସମୟରେ ଯଦି ଚେନରେ କୌଣସି ସମସ୍ୟା ଦେଖାଦିଏ, ତେବେ ଏହି ମେସେଜକୁ ବ୍ଲକ କରି ଦିଆଯିବ । ତେବେ ଏହି ନିୟମକୁ ପାଳନ କରିବା ପାଇଁ ଅନେକ ପ୍ରମୁଖ ସଂସ୍ଥା ଏବଂ ଟେଲିମାର୍କେଟର୍ସ ପ୍ରସ୍ତୁତ ନଥିବା କହିଛନ୍ତି ଟେଲିକମ୍ କମ୍ପାନୀଗୁଡିକ। ତେଣୁ ଓଟିପି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେସେଜ ମୋବାଇଲକୁ ଆସିବାରେ ସମସ୍ୟା ଦେଖା ଦେଇପାରେ ।ପ୍ରକାଶଥାଉ ଯେ, ଦେଶରେ ପ୍ରତ୍ୟେକ ଦିନ ପ୍ରାୟ ୧.୫-୧.୭ ଆରବ କମର୍ସିଆଲ ମେସେଜ ପଠାଯାଇଥାଏ । ତେଣୁ ଏହି ନିୟମ ଅନୁସାରେ ମେସେଜ ଯିବାରେ ବିଳମ୍ୱ କିମ୍ବା ବାଧା ସୃଷ୍ଟି ହୋଇପାରେ । ଟେଲିକମ୍ କମ୍ପାନୀ ଏହି ନିୟମକୁ ପର୍ଯ୍ୟାୟକ୍ରମେ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେମାନେ କହିଛନ୍ତି ଯେ, ନଭେମ୍ବର ୧ ତାରିଖରୁ ‘ଲଗର ସ୍କ୍ୱାଡ’ରେ ନିୟମ ଲାଗୁ କରାଯାଇଛି । ଏହାଦ୍ୱାରା ସମସ୍ୟା ଚିହ୍ନଟ ହେବା ସହିତ ଏହାକୁ ସମାଧାନ କରାଯାଇପାରିବ । ତେବେ ଡିସେମ୍ବର ୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ‘ବ୍ଲକିଂ ମୋଡ୍’ରେ ଯିବା ନେଇ ପ୍ରତିଶ୍ରୁତି ଦିଆଯାଇଛି ।ରିପୋର୍ଟ ଅନୁସାରେ, ଅଗଷ୍ଟରେ ଟ୍ରାଇ ଟେଲିକମ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ପଠାଯାଇଥିବା ମେସେଜକୁ ଟ୍ରାକ କରିବା ଉଚିତ । ଯଦି ମେସେଜ ପଠାଇବା ପ୍ରକ୍ରିୟାରେ ସାମିଲ ଟେଲିମାର୍କେଟର୍ସଙ୍କ ସମ୍ପୂର୍ଣ୍ଣ ଚେନ୍ ସଠିକ ଭାବରେ ରହି ନଥାଏ, ଏହି ମେସେଜକୁ ରଦ୍ଦ କରି ଦିଆଯାଇପାରେ । ଟେଲିକମ୍ କମ୍ପାନୀଗୁଡିକ ଟ୍ରାଇକୁ ସୂଚନା ଦେଇଛନ୍ତି ଯେ, ନଭେମ୍ବର ୧ ରୁ ଲାଗୁ ହେବାକୁ ଥିବା ନୂତନ ନିୟମ ମାନିବାକୁ ସେମାନଙ୍କ ସିଷ୍ଟମ ପ୍ରସ୍ତୁତ । ମାତ୍ର, ଆବଶ୍ୟକ ବୈଷୟିକ ଅଦ୍ୟତନ ପାଇଁ ଅନେକ ଟେଲି ମାର୍କେଟର ଏବଂ ପ୍ରମୁଖ ଅନୁଷ୍ଠାନ (ପିଇ) ଅଧିକ ସମୟ ଆବଶ୍ୟକ କରନ୍ତି ।ଫଳରେ ପିଇ ଗୁଡିକ ସେମାନଙ୍କର ପ୍ରସ୍ତୁତି ଶେଷ କରିବାକୁ ସମୟସୀମାକୁ ଦୁଇମାସ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଯଦି ଏହି ସମୟ ମଞ୍ଜୁର ହୁଏ, ସମସ୍ତ ଟେଲି ମାର୍କେଟର ଏବଂ ପିଇ ଗୁଡିକ ଆବଶ୍ୟକ ବୈଷୟିକ ପରିବର୍ତ୍ତନ କରିବେ ଏବଂ ବାର୍ତ୍ତା ବିତରଣରେ କୌଣସି ବ୍ୟାଘାତ ହେବ ନାହିଁ ।ଫଳରେ ପିଇ ଗୁଡିକ ସେମାନଙ୍କର ପ୍ରସ୍ତୁତି ଶେଷ କରିବାକୁ ସମୟସୀମାକୁ ଦୁଇମାସ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଯଦି ଏହି ସମୟ ମଞ୍ଜୁର ହୁଏ, ସମସ୍ତ ଟେଲି ମାର୍କେଟର ଏବଂ ପିଇ ଗୁଡିକ ଆବଶ୍ୟକ ବୈଷୟିକ ପରିବର୍ତ୍ତନ କରିବେ ଏବଂ ବାର୍ତ୍ତା ବିତରଣରେ କୌଣସି ବ୍ୟାଘାତ ହେବ ନାହିଁ ।

