ଦେଶ ବିଦେଶ

ଡାକ୍ତରଙ୍କୁ ଭେଟି ପାରିବେ ନାହିଁ ମେଡିସିନ ରିପ୍ରେଜେଣ୍ଟଟେଟିଭ

Spread the love

ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ(DGHS)ରୁ ଆସିଲା ବଡ ନିଷ୍ପତ୍ତି । ସମସ୍ତ କେନ୍ଦ୍ର ସରକାରୀ ଡାକ୍ତରଖାନାରେ ଏମଆରମାନେ ଡାକ୍ତରମାନଙ୍କୁ ଭେଟିବା ପାଇଁ ଭିଡ ଜମାଇ ପାରିବେ ନାହିଁ । ତେଣୁ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି DGHS  ।  ଏହି ମାମଲା ସମ୍ପର୍କରେ ମେ ୨୮ ରୁ ନିର୍ଦ୍ଦେଶାବଳୀ ଜାରି କରି କହିଛି DGHS ।

ସୂଚନାନୁଯାୟୀ, ଏମଆରମାନେ ଡାକ୍ତରଙ୍କୁ ଭେଟିବାକୁ ନିଷେଧ କରାଯାଇଛି ।  କାହିଁକି ନା ଡାକ୍ତର ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଅନେକ ସମୟରେ ଏମଆରମାନେ ହସ୍ପିଟାଲ ସାମ୍ନାରେ ଭିଡ ଜମାଇଥାନ୍ତି । ଯାହାଦ୍ୱାରା ରୋଗୀଙ୍କ ଚିକିତ୍ସାରେ ବାଧା ଉପୁଜିଥାଏ । ତେଣୁ ରୋଗୀମାନଙ୍କ ସ୍ୱାର୍ଥ ରକ୍ଷା ଏବଂ ନୈତିକ ମାନଦଣ୍ଡ ବଜାୟ ରଖିବା ପାଇଁ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଏହି ନିଷ୍ପତ୍ତି ନେଇଛନ୍ତି  । ଏମଆରମାନଙ୍କୁ ଇମେଲ୍ କିମ୍ବା ଡିଜିଟାଲ ମିଡିଆ ଜରିଆରେ ଚିକିତ୍ସା ସମ୍ବନ୍ଧୀୟ ଅପଡେଟ୍ ସେୟାର କରିବାକୁ ପରାମର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ମେ ୨୮ ତାରିଖରେ ଜାରି କରାଯାଇଥିଲା । ଏହାକୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ, ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲ, ଲେଡି ହାର୍ଡିଂ ମେଡିକାଲ କଲେଜ ଏବଂ ଏହାର ସମ୍ପୃକ୍ତ ହସ୍ପିଟାଲଗୁଡ଼ିକୁ ପଠାଯାଇଛି । ଏହି ମାମଲାରେ ଜରୁରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଡାକ୍ତରଙ୍କ ପ୍ରେସ୍କ୍ରିପସନରେ ଅନୁଚିତ କାର୍ଯ୍ୟ ଉପରେ ରୋକ ଲଗାଇବା ।

ଏହି ମଧ୍ୟରେ ହସ୍ପିଟାଲର ମୁଖ୍ୟମାନେ ସମସ୍ତ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ । ଏହି ନିର୍ଦ୍ଦେଶଗୁଡ଼ିକ ପୂର୍ବରୁ ରୋଗୀଙ୍କୁ ଦିଆଯାଇଥିଲା । ଏହି ମାମଲାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି । କାର୍ଯ୍ୟାନୁଷ୍ଠାନର ରିପୋର୍ଟ ନିର୍ଦ୍ଦେଶାଳୟକୁ ଦିଆଯିବ ।

Leave a Reply

Your email address will not be published. Required fields are marked *