ରାଜ୍ୟ

କୋଠା ଭାଙ୍ଗିବା ବେଳେ ନିଜେ ଚାପି ହୋଇଗଲେ, ଜଣେ ଶ୍ରମିକ ମୃତ

Spread the love

ଲିଙ୍ଗରାଜ ବିହାରରେ ଘର ଭୁଶୁଡ଼ିବା ଘଟଣା । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ପୋଲିସ କମିଶନର । ସ୍ଲାବ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି ।

ଭୁବନେଶ୍ୱର ପୋଖରୀପୁଟ ଲିଙ୍ଗରାଜ ବିହାରରେ କେମିତି ଭୁଶୁଡ଼ିଲା ଘର ? ଏଥିପାଇଁ ଦାୟୀ କିଏ ? କାହା ଅବହେଳାରୁ ଓ କେଉଁ ପରିସ୍ଥିତିରେ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ ? ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । ସୂଚନା ଅନୁସାରେ, ଗତକାଲି ପୋଖରୀପୁଟ ଲିଙ୍ଗରାଜ ବିହାରରେ ନୂଆ ଘର ପାଇଁ ପୁରୁଣା କୋଠା ଭାଙ୍ଗିବା କାର୍ଯ୍ୟ କରୁଥିବାବେଳେ ଭୁଶୁଡ଼ି ପଡିଥିଲା କୋଠା । ସ୍ଲାବ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।କୋଠା ଭାଙ୍ଗିବା ସମୟରେ ଶ୍ରମିକ ଆଇନର ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି। ନା କେହି ହେଲମେଟ ପିନ୍ଧିଥିଲେ ନା ଜୋତା। ଏହି ଅବହେଳା ପାଇଁ ଠିକାଦାର ଓ ଘର ମାଲିକଙ୍କ ବିରୋଧର ହେବ କଡ଼ା କାର୍ଯ୍ୟାନୁଷ୍ଠାନ।  ଭୁବନେଶ୍ୱର ଜଏଣ୍ଟ ଲେବର କମିଶନର ଏହି ସୂଚନା ଦେଇଛନ୍ତି । ତେବେ ଘଟଣା ବାବଦରେ ଘର ମାଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *