ରାଜ୍ୟ

ମଶା ଧୂପରୁ ଅଗ୍ନିକାଣ୍ଡ

Spread the love

ଗୁହାଳରେ ଲାଗିଥିଲା ମଶା ଧୂପ | ମଶା ଧୂପରୁ ଅଗ୍ନିକାଣ୍ଡ ଘଟି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।ରାତିରେ ଅଗ୍ନିକାଣ୍ଡ ଘଟି ଗାଁର ଧିରେନ ମଲ୍ଲିକଙ୍କ ଘର ଜଳି ଯାଇଛି। ସେ ବିଲ ମଝିରେ ଘର କରିଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ସେ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ କରିଥିଲେ।ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି ।

Leave a Reply

Your email address will not be published. Required fields are marked *