ଦେଶ ବିଦେଶ

ଆମେରିକାରେ ଆତଙ୍କବାଦୀ ଆକ୍ରମଣ

Spread the love

ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅର୍ଲିନ୍ସରେ ଆଜି ନୂଆବର୍ଷ ପାଳୁଥିବା ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଏକ ଟ୍ରକ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରି ଲୋକଙ୍କ ଉପରେ ମଡ଼ାଇ ଚାଲିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୫ରୁ ଅଧିକ ଆହତ ହୋଇଛନ୍ତି। ରାତି ପ୍ରାୟ ୩ଟା ୧୫ ମିନିଟ୍‌ରେ ବୋର୍ବନ୍ ଷ୍ଟ୍ରିଟ୍ ଓ ଇବର୍‌ଭିଲ୍ ଛକରେ ଏହି ଘଟଣା ଘଟିଛି। ଟ୍ରକ୍ ଦ୍ରୁତ ବେଗରେ ଭିଡ଼କୁ ଧକ୍କା ଦେବାପରେ ଡ୍ରାଇଭର୍ ବାହାରକୁ ଆସି ସ୍ବୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିଲା। ଆକ୍ରମଣକାରୀ ସହ ପୁଲିସର କିଛି ସମୟ ଗୁଳି ବିନିମୟ ହୋଇଥିଲା ଏବଂ ପ୍ରାୟ ୨ ଘଣ୍ଟା ପରେ ଆକ୍ରମଣକାରୀ ନିହତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *