ଦୀପାବଳିରେ ଦୁର୍ଘଟଣା ,ବାଣ ଫୁଟାଇ ଆହତ ହୋଇଛନ୍ତି ସ୍ବାମୀ ସ୍ତ୍ରୀ
ଦୀପାବଳିରେ ଦୁର୍ଘଟଣା । ରାଜଧାନୀରେ ବାଣ ଫୁଟାଇ ଆହତ ହୋଇଛନ୍ତି ସ୍ବାମୀ ସ୍ତ୍ରୀ । ଦୁଇ ଜଣଙ୍କ ହାତ ଜଳି ଯାଇଛି । ସେମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମିତି ୧୫ରୁ ଅଧିକ ଯୁବକ, ଯୁବତୀ, ଛୋଟ ଛୁଆ ମାନେ ବାଣ ଫୁଟାଇ ଖଣ୍ଡିଆ ଖାବରା ହୋଇ କ୍ୟାପିଟାଲ ହସ୍ପିଟାଲକୁ ଆସିଛନ୍ତି । ଏପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲକୁ ୧୫ରୁ ଅଧିକ ପୋଡ଼ା ମାମଲା ଆସିଛି । ଧିରେ ଧିରେ ଏହି ସଂଖ୍ୟା ବଢୁଥିବାର ସୂଚନା ମିଳିଛି ।
