ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆଶଙ୍କା
ପୁଣି ଆସୁଛି ଲଘୁଚାପ । ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ ।ଏନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ପରିବ୍ୟାପ୍ତ ଆଉଟଲୁକରୁ ଜଣାପଡ଼ିଛି । ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବନି । ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି| ଏହାର ପ୍ରଭାବରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପଶ୍ଚିମ ଭାରତ, ଏଥିସହ କେନ୍ଦ୍ର ଓ ପୂର୍ବ ଭାରତରେ ତାପାମାତ୍ରା କମିଯିବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହି ଲଘୁଚାପ ଆଗକୁ କ’ଣ ରୂପ ନେବ ଏବଂ ସେହି ସମୟରେ ସାମୁଦ୍ରିକ ପରିବେଶ କେମିତି ରହିବ, ସେବିଷୟରେ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ ।
