ରାଜ୍ୟ

କିମ୍‌ସରେ ହେଲା କାର୍ଡିଆକ୍ ଲେଜର ମେସିନ୍ ଜରିଆରେ ରୋଗୀ ସେବା

Spread the love

ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‌ସରେ ଆରମ୍ଭ ହୋଇଛି କାର୍ଡିଆକ୍ ଲେଜର ମେସିନ୍ ଜରିଆରେ ରୋଗୀ ସେବା ।  ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା । ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି କିମ୍ସରେ ଏଭଳି ଯନ୍ତ୍ର ସ୍ଥାପନା କରାଯାଇଛି ।  ଏହାକୁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲେ । ଏହି ଲେଜର ମେସିନ୍ ଦ୍ଵାରା ଓଡ଼ିଶା ତ‌ଥା ପଡ଼ୋଶୀ ରାଜ୍ୟର ହୃଦରୋଗୀମାନେ ବିଶେଷ ଉପକୃତ ହୋଇପାରିବେ ।ପାରମ୍ପରିକ ମ୍ପରିକ ଆଞ୍ଜିଓପ୍ଲାଷ୍ଟି ଦ୍ଵାରା ଚିକିତ୍ସା ହୋଇପାରୁନଥିବା କରୋନାରୀ ଓ ପେରିଫେରା ଆଥେରେକ୍ଟୋମି, ଲିଡ୍ ମ୍ୟାନେଜମେଣ୍ଟ ଭଳି ଜଟିଳ ହୃଦ୍‌ଯନ୍ତ୍ର ସମସ୍ୟା ଏହି ଲେଜର ମେସିନ୍ ଜରିଆରେ ଚିକିତ୍ସା ହୋଇପାରୁଛି । ଏ ନେଇ କିମ୍‌ସର ବରିଷ୍ଠ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଛନ୍ତି ଏହା ଦ୍ଵାରା ଆମେ ଅତ୍ୟାଧୁନିକ ହୃଦରୋଗ ଚିକିତ୍ସା ଯୋଗାଇ ଦେଇପାରୁଛୁ ।

Leave a Reply

Your email address will not be published. Required fields are marked *