ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପୋଡକାଷ୍ଟ

Spread the love

ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ମୋଦି ନିଜ ବ୍ୟକ୍ତିଗତ ଓ ରାଜନୀତି ଜୀବନକୁ ନେଇ ଜଣାଅଜଣା କଥା ପ୍ରକାଶ କରିଛନ୍ତି । ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି । ପିଲାଦିନଠୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରାକୁ ବଖାଣିଛନ୍ତି ମୋଦି ।

ପୋଡକାଷ୍ଟରେ ମୋଦି କହିଛନ୍ତି, ମୁଁ ଜଣେ ଭଗବାନ ନୁହେଁ ମଣିଷ, ଭୁଲ ମୋ ଦ୍ବାରା ମଧ୍ୟ ହୁଏ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ମୋ ପୁରୁଣା ବନ୍ଧୁମାନଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନକୁ ଡାକୁଥିଲି । ହେଲେ ମୁଁ ସେମାନଙ୍କ ସହ ମଜା କରିପାରୁ ନଥିଲି । କାରଣ ମୁଁ ସେମାନଙ୍କୁ ବନ୍ଧୁ ଭାବେ ଦେଖୁଥିବା ବେଳେ ସେମାନେ ମୋତେ ମୁଖ୍ୟମନ୍ତ୍ରୀଙ୍କ ଭଳି ବ୍ୟବହାର କରୁଥିଲେ ।”

ମଣିଷ ମାତ୍ରେ ଭୁଲ ଉପରେ ଗୁରୁତ୍ୱ ଦେଇ ମୋଦି କହିଛନ୍ତି, “ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଗୋଟିଏ ଭାଷଣରେ କହିଥିଲି ଯେ ମୁଁ କେବେ ହେଲେ ମୋ ତରଫରୁ ଉଦ୍ୟମରେ ଅବହେଳା କରିବି ନାହିଁ । ଦ୍ୱିତୀୟତଃ ମୁଁ କହିଥିଲି ଯେ ମୁଁ କେବେ ହେଲେ ମୋ ପାଇଁ କିଛି କରିବି ନାହିଁ ।

ମୁଁ ପଛରେ କାନ୍ଦିବା ଲୋକ ନୁହେଁ । ମୋତେ ପ୍ରଧାନମନ୍ତ୍ରୀ ହେବାର ଦାୟିତ୍ବ ମିଳିଛି, ମୁଁ ଏହାକୁ ତୁଲାଉଛି । ରାଜନୀତିରେ ପ୍ରତି ମୁହୂର୍ତରେ ରିସ୍କ ରହିଛି । ରିସ୍କ ନେଇପାରୁଥିବା ଲୋକ ମୋତେ ଦରକାର । ମୁଁ ରିସ୍କ ନେଉଥିବା ଯୁବକଙ୍କ ସହିତ ରହିଛି ।

Leave a Reply

Your email address will not be published. Required fields are marked *