ଅଯୋଧ୍ୟାରେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ, ଯୋଗୀ କରିବେ ମହା ଅଭିଷେକ
ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ତିନିଦିନ ପର୍ଯ୍ୟନ୍ତ ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଅୟୋଜିତ କରାଯିବ । ରାମମନ୍ଦିରକୁ ୫୦ କ୍ୱିଣ୍ଟାଲ ପୁଷ୍ପରେ ସଜା ଯାଇଛି । ପ୍ରଥମ ବାର୍ଷିକୀ ଆଜି ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା ।
ସୂଚନା ମୁତାବକ, ଆଜି ଅଯୋଧ୍ୟାର ରାମଲଲାଙ୍କ ମନ୍ଦିରରେ ସିଏମ ଯୋଗୀ ପହଞ୍ଚିବେ । ୧୨ଟା ୨୦ ମିନିଟରେ ରାମଲଲାଙ୍କ ମହାଆରତୀ ହେବ । ଆଜିର କାର୍ଯ୍ୟକ୍ରମରେ ୧୧୦ ଭିଆଇପି ଅତିଥି ଅଯୋଧ୍ୟାକୁ ଆସୁଛନ୍ତି । ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

