ଦେଶ ବିଦେଶ

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କାନାଡା ପୁଲିସ

Spread the love

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କାନାଡା ପୁଲିସ। କାନାଡା ପୁଲିସର କହିବା କଥା ଗିରଫ ତିନି ଜଣ ଭାରତୀୟ । ସେମାନଙ୍କ ନାଁ କରଣ ବରାର (22), କମଲପ୍ରୀତ ସିଂହ(22), କରଣପ୍ରୀତ ସିଂହ (28)।

ଏହି ତିନିଜଣ ପ୍ରାୟ 3ରୁ 5 ବର୍ଷ ପର୍ଯ୍ୟନ୍ତ କାନାଡାର ଆଲବର୍ଟାର ଏଡମୋଣ୍ଟନରେ ରହୁଥିଲେ। ଗିରଫମାନଙ୍କ ବିରୁଦ୍ଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ ହୋଇଛି। ଏନେଇ ମାମଲାର ତଦନ୍ତ ମୁଖ୍ୟ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଗତବର୍ଷ ଜୁନରେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ହୋଇଥିଲା। କାନାଡାର ବ୍ରିଟିଶ କଲମ୍ବିଆର ଗୁରୁଦ୍ୱାର ବାହାରେ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ। ନିଜ୍ଜାରର ହତ୍ୟା ପରେ ଭାରତ ଓ କାନାଡା ସମ୍ପର୍କରେ ସୃଷ୍ଟି ହୋଇଥିଲା ତିକ୍ତତା।

ନିଜ୍ଜାର ହତ୍ୟା ମାମଲାରେ ଭାରତର ହାତ ଥିବା ବାରମ୍ବାର ଅଭିଯୋଗ କରି ଆସୁଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତ ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ମାନିନଥିଲା କାନାଡା। ଏହାପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଗିରଫ ହୋଇଥିବା ଅଭିଯୁକ୍ତ ଭାରତୀୟ ବୋଲି କାନାଡା ପୁଲିସ ସ୍ପଷ୍ଟୀକରଣ ଦେଇଛି।

 

Leave a Reply

Your email address will not be published. Required fields are marked *