ଦେଶ ବିଦେଶ

ଦେଶରେ ବଢ଼ିଚାଲିଛି ଏଚ୍‌ଏମ୍‌ପିଭି

Spread the love

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଏଚଏମପିଭି । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଚିଛି। ଶୁକ୍ରବାର ମହାରାଷ୍ଟ୍ର ନାଗପୁରରେ ଦୁଇ ଶିଶୁଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏବେ ସୁଦ୍ଧା ମହରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଦେଶରେ ଏବେ ସୁଦ୍ଧା ଖୁବ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଶିଶୁ ବା ନାବାଳକ ବୋଲି ଜଣାପଡିଛି । ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପୂଣ୍ୟ ସଲିଳ ଶ୍ରୀବାସ୍ତବ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ମାନଙ୍କ ସହ ଏକ ବୈଠକରେ ଏହି ଭାଇରସର ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *