odisha

ମକର ପର୍ବ ପାଳନ ପାଇଁ ଆରମ୍ଭ ହେଲାଣି ବ୍ୟାପକ ପ୍ରସ୍ତୁତି

Spread the love

ମକର ପର୍ବକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । ସେଥିପାଇଁ ଚାଲିଛି ପ୍ରସ୍ତୁତି । ସହରଠୁ ଗାଁ ସବୁଆଡ଼େ ମକରର ମହକ ଦେଖିବାକୁ ମିଳିଲାଣି । ଦୋକାନ ବଜାରରେ ବିଭିନ୍ନ ମକର ସାମଗ୍ରୀ କିଣୁଛନ୍ତି ଲୋକେ । ଘରେ ଘରେ ଲୋକମାନେ ଏହି ପର୍ବକୁ ପାଳନ କରିବା ପାଇଁ ଚଳାଇଛନ୍ତି ବ୍ୟାପକ ପ୍ରସ୍ତୁତି । ଆଉ ୩  ଦିନ ପରେ ମକର । ସେଥିପାଇଁ କପ୍ତିପଦା ଉପଖଣ୍ଡରେ ଚାଲିଛି ପ୍ରସ୍ତୁତି । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଗଣ ପର୍ବ ମକରକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି । ଏହି ମକର ସଂକ୍ରାନ୍ତିକୁ ପାଳନ କରିବା ପାଇଁ ଲୋକମାନେ ୫ ଦିନ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି । ବିଶେଷ କରି ଏହି ମକର ପର୍ବକୁ ଲୋକମାନେ ଅପେକ୍ଷା କରିଥାନ୍ତି । କାହିଁକି ନା ଏହି ଦିନରେ ବନ୍ଧୁବାନ୍ଧବଙ୍କ ସହ ମିଶି ପିଠା ଓ ମାଂସ ଖାଇବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ବେଶ ମଜା ନେଇଥାନ୍ତି ଲୋକେ ।ଆଦିବାସୀ ପରିବାରର ପ୍ରଥା ଓ ପରମ୍ପରା ଅନୁଯାୟୀ ମକର ପୂର୍ବରୁ ପ୍ରସ୍ତୁତି ହୋଇଥିବା ପଲାକୁ ମକର ସଂକ୍ରାନ୍ତିରେ ଭୋରରୁ ମକର ପଲାରେ ପୂଜା ଅର୍ଚ୍ଚନା କରି ପଲାରେ ଅଗ୍ନି ସଂଯୋଗ କରିଥାନ୍ତି । ଏହା ପରେ ନୂଆ ବସ୍ତ୍ର ପରିଧାନ କରି ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରକାର ପିଠା ଖାଇ ନାଚଗୀତରେ ମଜି ଯାଇଥାନ୍ତି ଲୋକେ ।

Leave a Reply

Your email address will not be published. Required fields are marked *