ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ଆଗୁଆ ପ୍ଲାନ୍
ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣରେ ରଖି ଶ୍ରୀକ୍ଷେତ୍ରରେ ଉଚ୍ଛେଦ ହେବ ବଡ଼ଦାଣ୍ଡ ସଲଗ୍ନ ଏନକ୍ରୋଚମେଣ୍ଟ୍ ।ଏକଜିଟ୍ ପଏଣ୍ଟକୁ ସଂକୀର୍ଣ୍ଣ କରିଛି ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ । ବଟଲ୍ ନେକ୍ ଚିହ୍ନଟ ହେଉଥିବା ବେଳେ ସଂକୀର୍ଣ୍ଣ ଗଳି ରାସ୍ତାର ହେବ ପ୍ରଶସ୍ତିକରଣ । ଡାଟା ଆନାଲିସିସ୍ ପନ୍ଥା ଆପଣାଇ କ୍ରାଉଡ ମ୍ୟାନେଜମେଣ୍ଟ୍ ହେବ । ସିସିଟିଭି, AI ଫିଚର୍ ସହ ଆପଣାଯିବ ଅପଡେଟେଡ୍ ଟେକ୍ନୋଲୋଜି । । ବଡ଼ଦାଣ୍ଡ ସଂଲଗ୍ନ ପ୍ରାୟ ୧୪ ଗଳିକୁ ସଂକୀର୍ଣ୍ଣ କରିଛି ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ |ପୂର୍ବରୁ ଶ୍ରୀମନ୍ଦିରଠାରୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ସଂଲଗ୍ନ ଯେଉଁସବୁ ଏକଜିଟ୍ ପଏଣ୍ଟ ଥିଲା,ତାହା ଏବେ ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ୍ ଯୋଗୁଁ ସଂକୀର୍ଣ୍ଣ ହୋଇଛି । ଗଳି ଗଳି ବୁଲି ସଫିସିଏଣ୍ଟ ଏଭାକ୍ୱେଶନ ପଏଣ୍ଟ ପାଇଁ ପ୍ଲାନ୍ ଚାଲିଛି । ଶ୍ରୀ ମାର୍ଗ ସହ ବଡ଼ଦାଣ୍ଡ ସଂଯୋଗ ଗଳି ଉପରେ ମଧ୍ୟ ନଜର ରଖାଯାଇଛି । ପାର୍କିଂ ସ୍ଥଳରେ କମର୍ସିଆଲ ଆକ୍ଟିଭିଟି ହେଉଥିଲେ ପାର୍କିଂ ପାଇଁ ତାହା ଖୋଲାଯିବ ।

