ବିରଳ ଅଲିଭ୍ ରିଡଲେଙ୍କ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି
ବିରଳ ଅଲିଭ୍ ରିଡଲେଙ୍କ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି।କଇଁଛଙ୍କ ଗଣଅଣ୍ଡାଦାନ ଲାଗି ସରକାରଙ୍କ ପକ୍ଷରୁ ନଭେମ୍ବରରୁ ସମୁଦ୍ର ମଧ୍ୟରେ ମାଛଧରା ସହ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି|କଟକଣା ଜାରି ସତ୍ତ୍ବେ ଟ୍ରଲର ସାହାଯ୍ୟରେ ନିଷିଦ୍ଧାଞ୍ଚଳରେ ମାଛ ଧରିବା ଯୋଗୁଁ ଉପକୂଳରେ ୩ ଅଲିଭ୍ ରିଡ୍ଲେ କଇଁଛଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।
