ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ୧୦ ଛାତ୍ର ଓ ଜଣେ କିରାଣୀଙ୍କ ସମେତ ୧୨ ଗିରଫ
ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ଥାର୍ଡ ସେମିଷ୍ଟାର ପରୀକ୍ଷାର ପଲିଟିକାଲ ସାଇନ୍ସ ବିଷୟର ପ୍ରଶ୍ନପତ୍ର ଲିକ ହୋଇଥିବା ଘଟଣା ବରପାଲିରେ ଚାଞ୍ଚଲ୍ୟ ଖେଳାଇଛି । ସୂଚନା ଅନୁସାରେ, ଏକ କମ୍ପ୍ୟୁଟର ଦୋକାନରେ ପ୍ରଶ୍ନପତ୍ର ଜେରକ୍ସ କରାଯାଇ ଲିକ କରାଯାଇଥିଲା । ସ୍ୱାର୍ଡ ଟିମ ଆସି ପରୀକ୍ଷା ସମୟରେ ଯାଞ୍ଚ କରିବା ପରେ କିଛି ଛାତ୍ର ଧରାପଡିଥିଲେ । ଏ ନେଇ ଅଧ୍ୟକ୍ଷା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଏହାପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ନାକଟିଦେଉଲରୁ ପ୍ରଶ୍ନପତ୍ର ଆସିଥିବା ପୁଲିସ ତଦନ୍ତରୁ ଜଣାପଡିଥିଲା । ଏହାପରେ ପୁଲିସ ଯେଉଁ ଛାତ୍ରମାନେ ପ୍ରଶ୍ନପତ୍ର କିଣିଥିଲେ ଓ ପ୍ରଶ୍ନପତ୍ର ବିକ୍ରି କରିଥିବା କିରାଣୀଙ୍କୁ ପୁଲିସ ଗିରଫ କରିଛି । ଏ ଦିଗରେ ବରପାଲି ପୁଲିସ ତଦନ୍ତ ଚଲାଇଛି ।

