ରାଜ୍ୟ

ହଷ୍ଟେଲରୁ ୧୫ ଛାତ୍ର ପଳାଇଯିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ

Spread the love

ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରୁ ଗତ ୨୮ ତାରିଖ ରାତିରେ ୧୫ ଜଣ ଛାତ୍ର ଏକସାଙ୍ଗରେ ଫେରାର ହୋଇଯାଇଥିବା ଘଟଣାରେ ଗୁରୁବାର ବଣାଇ ବିଇଓ ସୁନୀଲ ମୁଣ୍ଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଛାତ୍ରମାନେ ମିଳିବା ପରେ ପଚରାଉଚରା କରାଯିବାରୁ ସେମାନଙ୍କ ପଳାଇଯିବା କାରଣ ସ୍ପଷ୍ଟ ହୋଇଥିଲା। ତଦନ୍ତ ପରେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ରୋଷେୟା ତଥା ପରିଚାରକ ଅମିତ କୁମାର ପାହୁଲେଙ୍କ ବ୍ୟବହାର ଭଲ ଲାଗୁ ନ ଥିଲା। ତେଣୁ ପଳାଇ ଯାଇଥିଲେ ବୋଲି ଛାତ୍ରମାନେ କହିଥିଲେ।

Leave a Reply

Your email address will not be published. Required fields are marked *