ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୪ଟାରେ ବୈଠକ ବସିବ । ଏଥିରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ ଉପରେ ମୋହର ବାଜିବା ସମ୍ଭାବନା ରହିଛି ।ଏହା ଅନୁସାରେ ଚଳିତ ଶିକ୍ଷାବର୍ଷରୁ ସ୍ନାତକ ସ୍ତରରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହେବ । ୪ ବର୍ଷିଆ କ୍ରେଡିଟ ବେସର ପାଠ୍ଯକ୍ରମ ପଢ଼ାଯିବ । ଏଥିରେ ଅନର୍ସ ରହିବ । ଗବେଷଣାକୁ ଗୁରୁତ୍ବ ଦିଆଯିବ । ୭ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀମାନେ ଡିଗ୍ରୀ କୋର୍ସକୁ ସଂପୂର୍ଣ୍ଣ କରିପାରିବେ । ୟୁଜିସି ଦ୍ବାରା ଦିଆଯାଇଥିବା କ୍ରେଡିଟ ଫ୍ରେମୱାର୍କ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ ଫ୍ରେମୱାର୍କ ପ୍ରସ୍ତୁତ କରାଯିବ|
