ଗୋରୁ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି
ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ କେନାଭେଟା ନିକଟରେ ଦୁର୍ଘଟଣା ଘଟିଛି । ଆଜି ରାତି ଦୁଇଟା ବେଳେ କନ୍ତସରା ଗ୍ରାମର ସଙ୍ଖାଳି ପାତ୍ର ଓ ସାଥି ନିଜ ଦୁଇଟି ବଳଦକୁ ଗମ୍ବଲେଇ ହାଟକୁ ବିକ୍ରି କରିବାକୁ ଯାଉଥିବା ବେଳେ ଅଜଣା ଗାଡି ଆସି ଧକ୍କା ଦେଇଥିଲା|ଘଟଣାସ୍ଥଳରେ ଗୋରୁ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ ।ଏବଂ ୨ଟି ବଳଦଙ୍କ ମୃତ୍ୟୁ ହୋଇଥିଲା |ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।

