କ୍ରୀଡା

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ରେ ଭାରତର ସ୍ଥିତି ଦୃଢ଼

Spread the love

ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ ପୂର୍ବରୁ ଭାରତର ‌ଶେଷ ୧୦ ଟେଷ୍ଟ୍‌ ଅଭିଯାନ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି। ରବିବାର ଚେନ୍ନାଇରେ ବାଂଲାଦେଶକୁ ପରାସ୍ତ କରି ଭାରତ ଡବ୍‌ଲ୍ୟୁଟିସି ତାଲିକାର ଶୀର୍ଷ ସ୍ଥାନକୁ ଅଧିକ ଦୃଢ଼ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଆଧିପତ୍ୟ ବିସ୍ତାର କରିଥିଲା। ଏପରିକି ଗୋଟିଏ ଦିନ ପୂର୍ବରୁ ମ୍ୟାଚ୍‌ ଶେଷ ହୋଇଯାଇଥିଲା। ଏହି ବିଜୟ ଫଳରେ ଭାରତର ଡବ୍‌ଲ୍ୟୁଟିସି ପଏଣ୍ଟ ପ୍ରତିଶତ ୭୧.୬୭କୁ ବୃଦ୍ଧି ପାଇଛି। ଏବେ ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆଠୁ ୯.୧୭ ପଏଣ୍ଟ ପ୍ରତିଶତ ଅଧିକ ପାଇଛି।

ଅନ୍ୟପକ୍ଷରେ ୯୨ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଟେଷ୍ଟ୍‌ କ୍ରିକେଟ୍‌ରେ ବାଂଲାଦେଶ ବିପକ୍ଷରେ ୨୮୦ ରନ୍‌ର ବିଜୟ ପାଇ ଐତିହାସିକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛି। ଏହି ବିଜୟ ପରେ ଭାରତର ଫାଇନାଲ୍‌ରେ ପହଞ୍ଚିବା ଆଶା ବଢ଼ିଯାଇଛି। ତଥାପି ଭାରତର ଫାଇନାଲ୍‌ ସ୍ଥିତି ନିଶ୍ଚିତ କରିବାକୁ ହେଲେ ଅବଶିଷ୍ଟ ୯ ମ୍ୟାଚ୍‌ରୁ ୪ ବିଜୟ ଆବଶ୍ୟକତା ରହିଛି। ଏହା ମଧ୍ୟରେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଶୃଙ୍ଖଳା ଏବଂ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ସହିତ ୫ ମ୍ୟାଚ୍‌ ବିଶିଷ୍ଟ ମ୍ୟାଚ୍‌ ଖେଳାଯିବ।

Leave a Reply

Your email address will not be published. Required fields are marked *