ରାଜ୍ୟ

ଓଡ଼ିଶା ଜଙ୍ଗଲ ଜଗିବେ ‘ଯୋଦ୍ଧା’ ଓ ‘ଥାର’

Spread the love

ଟାଟା କଂପାନୀର ‘ଯୋଦ୍ଧା’ ଓ ମହିନ୍ଦ୍ରା କଂପାନୀର ‘ଥାର’ର ମୋଟ ୧୪୦ଟି ଗାଡ଼ିକୁ ଓଡ଼ିଶା ଜଙ୍ଗଲରେ ନିୟୋଜିତ କରାଯାଇଛି । ରାଜ୍ୟ ଉଦ୍ଭିଦ ଉଦ୍ୟାନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ ୱାଇଲଡ ଲାଇଫ ସୁଶାନ୍ତ କୁମାର ନନ୍ଦ ଏହାର ଉଦଘାଟନ କରିଛନ୍ତି ।ବନ୍ୟପ୍ରାଣୀ ସୁରକ୍ଷା ଭିତ୍ତିଭୂମିକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ୩ଟି ଭିନ୍ନ ପ୍ରକାରର ଗାଡ଼ି ସାମିଲ ହୋଇଛି । ୫୧ଟି ଅଲ ଟେରେନ ଗାଡ଼ି, ୪୧ଟି ଅଗ୍ନି ନିର୍ବାପକ ଗାଡ଼ି ଓ ୪୭ଟି ଅଗ୍ନି ନିରାକରଣ ଗାଡ଼ିକୁ ସାମିଲ କରାଯାଇଛି ।

Leave a Reply

Your email address will not be published. Required fields are marked *