ରାଜ୍ୟ

ନୌସେନା ଦିବସ ପାଇଁ ପୁରୀରେ ସ୍ୱତନ୍ତ୍ର ସୁରକ୍ଷା ବଳୟ

Spread the love

ନୌସେନା ଦିବସରେ କୌଣସି ପ୍ରକାର ବିଶୃଙ୍ଖଳା ନହେବା ନିମନ୍ତେ ପୁରୀ ସହରରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ତିଆରି କରିଛି ପୁଲିସ ପ୍ରଶାସନ । ଏହି ଦିବସ ଅବସରରେ ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକ୍ୟାପ୍ଟର, ୫ଟି ଯୁଦ୍ଧ ବିମାନ, ୫ଟି ଯୁଦ୍ଧ ଜେଟ୍‌ ନୌସେନା ଦିବସରେ ସେମାନଙ୍କ କୁଶଳତା ପରିଦର୍ଶନ କରିବେ । ଶତ୍ରୁସେନାକୁ ପରାଜିତ କରିବାର ଅଦମ୍ୟ ଶକ୍ତି ସମ୍ପର୍କରେ ମଧ୍ୟ ସାଧାରଣ ଲୋକେ ଏହି ଯୁଦ୍ଧ ପ୍ରଦର୍ଶନୀକୁ ଦେଖିପାରିବେ । ପୁରୀର ପେଣ୍ଠକଟାଠାରୁ ମଙ୍ଗଳା ମୁହାଁଣ ପର୍ଯ୍ୟନ୍ତ ସାଧାରଣ ଲୋକେ ଶୃଙ୍ଖଳିତ ଭାବେ ପହଞ୍ଚି ନୌସେନାର ଏହି ଯୁଦ୍ଧ କୌଶଳ ଦେଖିବାକୁ ବ୍ୟବସ୍ଥା ହୋଇଛି । ପୁରୀର ଜଳଗହଳି ସମ୍ପନ୍ନ ବେଳାଭୂମିରୁ ସମସ୍ତ ଉଠା ଦୋକାନ ହଟାଯାଇଛି। ଏଠାରେ ସାଧାରଣ ଲୋକେ ନୌସେନା ଦିବସର ଯୁଦ୍ଧ କୌଶଳ ଦେଖିବେ । ପେଣ୍ଠକଟାଠାରୁ ଷ୍ଟଲିନ୍‌ ପର୍ଯ୍ୟନ୍ତ ୪୦ଟି ଗେଟ୍‌ କରାଯାଇଛି । ମାଦକ ଦ୍ରବ୍ୟ, ବହନୀୟ ଦ୍ରବ୍ୟ, ଆତସବାଜି ଦ୍ରବ୍ୟ ନେଇ ଶୋ’ ଦେଖିବାକୁ ଯିବା ବାରଣ ହୋଇଛି । ପୂରା ସମୁଦ୍ରକୂଳ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି । ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ୮୫ ପ୍ଲାଟୁନ୍‌ ଫୋର୍ସ, ୩୦୦ ଅଫିସର ମୁତୟନ କରାଯାଇଛି । ସେହିପରି ସାଧାରଣ ପ୍ରଶାସନ ପକ୍ଷରୁ ୮୬ ଜଣ ମାଜିଷ୍ଟ୍ରେଟ, ୨୨ ଜଣ ବରିଷ୍ଠ ବରିଷ୍ଠ ଅଧିକାରୀଙ୍କୁ ପୁରୀର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *