ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ଅଲେଖ ସାଧୁସନ୍ଥ

Spread the love

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯୋରନ୍ଦା ମହିମା ଅଲେଖ ସାଧୁସନ୍ଥ । ଯୋରନ୍ଦାରୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ । ମହିମା ଗାଦିର ବିକାଶ ପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଧୁସନ୍ଥ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମହିମା ସାଧୁସନ୍ଥ । ନିକଟରେ ଯୋରନ୍ଦା ଗାଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୧୨ କୋଟିର ଅନୁଦାନକୁ ଅନୁମୋଦନ କରିଥିଲେ । ମେ ୨୯ରେ ଫାଇଭ ଟି ସଚିବ ଯୋରନ୍ଦାର ମହିମା ଗାଦି ଗସ୍ତ କରି ସାଧୁଙ୍କ ସହ ଆଲୋଚନା କରିଥିଲେ । ପରେ ଉନ୍ନିତକରଣ ପାଇଁ ଏକ ପ୍ରସ୍ତାବ ଦେବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ଉନ୍ନତିକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏବେ ୧୧୨ କୋଟି ଟଙ୍କାରେ ପୀଠର ସର୍ବାଙ୍ଗୀନ ବିକାଶ ହେବ । ମହିମାଗାଦୀକୁ ପ୍ରମୁଖ ତୀର୍ଥ ଓ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରାଯିବ । ଏହା ପରେ ଆଜି ସାଧୁସନ୍ଥ ନବୀନ ନିବାସରେ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *