କ୍ରୀଡା

କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପ୍ରଶଂସାରେ ଡେଭିଡ୍‌ ମିଲର୍‌

Spread the love

କ୍ରିକେଟ୍‌ ଜଗତର ସବୁଠୁ ଶ୍ରେଷ୍ଠ ଫିନିସର କିଏ । ଜାଣିଛନ୍ତି କି ? ଅନେକ ସମୟରେ ଅନେକ ଚର୍ଚ୍ଚା ହୋଇଥାଏ । କିଏ କୁହେ ସାର୍‌ ଭିଭିଆନ୍‌ ରିଚାର୍ଡସ , ତ ଆଉ କିଏ କହେ ଏବି ଡିଭିଲିର୍ସ । ଏପିରିକି ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ଅନେକ ବରିଷ୍ଠ କ୍ରିକେଟର କୁହନ୍ତି ଯେ, ମଡର୍ଣ୍ଣ କ୍ରିକେଟ୍‌ରେ ଧୋନିଙ୍କ ଠାରୁ ଭଲ ଫିନିସର ଆଉ କିଏ ନାହିଁ । ଆଉ ଏବେ ସାଉଥ ଆଫ୍ରିକାରେ କ୍ରିକେଟ୍‌ର ଧୋନିଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଯାହାକୁ ଶୁଣିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭୁବ କରିବେ । ସାଉଥ୍‌ ଆଫ୍ରିକା କ୍ରିକେଟ୍‌ର ଡେଭିଡ୍‌ ମିଲର କହିଛନ୍ତି ଯେ, ମହେନ୍ଦ୍ର ସିଂହ ଧୋନି ହିଁ ହେଉଛନ୍ତି ଶ୍ରେଷ୍ଠ ଫିନିସର । ମୁଁ ଦେଖିଥିବା ଫିନିସରଙ୍କ ମଧ୍ୟରୁ ଧୋନି ଶ୍ରେଷ୍ଠ । ସେ ଯେଉଁଭଳି ଭାବେ ଖେଳକୁ ଶେଷ ପର୍ଯ୍ୟନ୍ତ ନେଇ ଟିମ୍‌କୁ ବିଜୟ ଦେଇଥାନ୍ତି । ତାହା ସମସ୍ତଙ୍କ ପକ୍ଷେ ଅସମ୍ବବ । ଖୁବ୍‌ କମ୍‌ ଖେଳାଳି ଏପରି ଖେଳ ପ୍ରଦର୍ଶନ କରିଥାନ୍ତି । ଧୋନିଙ୍କୁ ଖେଳ ମୁଁ ଉଭୟ ଆଇପିଏଲ୍‌ ଓ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଖିଛନ୍ତି । ଖୁବ୍‌ ଚମତ୍କାର ଖେଳ ପ୍ରଦର୍ଶନ କରିଥାନ୍ତି ଧୋନି ।

Leave a Reply

Your email address will not be published. Required fields are marked *