ରାଜନୀତି

ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

Spread the love

ମହାରାଷ୍ଟ୍ରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ । ବିଜେପି କୋର କମିଟି ବୈଠକରେ ଫଡନାବିସଙ୍କ ନାଁରେ ମୋହର ବାଜିଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍ ।

ଦୀର୍ଘ ଦିନର ଚର୍ଚ୍ଚା ପରେ ମହାରାଷ୍ଟ୍ର ମହାନାଟକରୁ ପରଦା ଉଠିଛି । ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ମହାରାଷ୍ଟ୍ର ନୂଆ ହୋଇଛନ୍ତି।  ଆଜି ଅନୁଷ୍ଠିତ ମହାୟୁତି ବୈଠକରେ ଦେବେନ୍ଦ୍ରଙ୍କ ନାମରେ ମୋହର ବାଜିଛି । ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ଦେବେନ୍ଦ୍ର ଫଡନାବିସ୍ ।

Leave a Reply

Your email address will not be published. Required fields are marked *