ରାଜ୍ୟ

ବିମାନବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ

Spread the love

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବଡ଼ଧରଣର ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍‌ ବିଭାଗ। ମାଲେସିଆ ରାଜଧାନୀ କ୍ବାଲାଲମ୍ପୁରରୁ ଉତ୍କଟ ନିଶାଦ୍ରବ୍ୟ ମାରିଜୁଆନା ନେଇ ଆସିବା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ଧରାପଡ଼ିଛନ୍ତି ପଶ୍ଚିମବଙ୍ଗର ଦୁଇ ମହିଳା। ସେମାନଙ୍କଠାରୁ ୯ କେଜି ୫୨୪ ଗ୍ରାମର ମାରିଜୁଆନା ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି କଷ୍ଟମ୍‌ ବିଭାଗ ଆକଳନ କରିଛି। ଉଭୟଙ୍କୁ ଏନ୍‌ଡିପିଏସ୍ ଆଇନ ୧୯୮୫ ଅନୁସାରେ ଗିରଫ କରାଯାଇଥିବା ବେଳେ ଜାମିନ୍ ନାମଞ୍ଜୁର କାରଣରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ଉଭୟଙ୍କୁ କଷ୍ଟମ ବିଭାଗ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *