ସ୍କୁଲ ବସ୍କୁ ଲକ୍ଷ୍ୟ କରି ସିରିଜ୍ ବୋମାମାଡ଼
ପ୍ରବାସୀ ଭାରତୀୟ ଆସିବା ପୂର୍ବରୁ ଅଶାନ୍ତ ହୋଇ ଉଠିଛି ରାଜଧାନୀ। ବସ୍ତିରେ ଆତଙ୍କ ଖେଳାଇବାକୁ ଯାଇ କିଛି ଯୁବକ ହଳଦୀପଡ଼ିଆ ବସ୍ତିରେ ସିରିଜ ବୋମାମାଡ଼ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୋମାମାଡ଼ ଯୋଗୁଁ ଏକ ଘରୋଇ ସ୍କୁଲ ବସ୍ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଦୁଇ ନାବାଳକ ଆହତ ହୋଇଛନ୍ତି। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଆସି ଦୁଇ ନାବାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

