ଆନ୍ତର୍ଜାତୀୟ

ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ

Spread the love

ଅଷ୍ଟ୍ରେଲିଆରେ ୧୬  ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ସୋସିଆଲ  ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ  ନେଇ ଦେଶରେ ଅନେକ  ଦିନ ହେଲା ବିତର୍କ ଲାଗି ରହିଥିଲା ।ଶେଷରେ ସଂସଦରେ ବିଲ୍‌ ପାସ ହୋଇଛି | ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ଆଉ  ଫେସବୁକ, ଏକ୍ସ (ଟୁଇଟର), ଇନଷ୍ଟାଗ୍ରାମ, ଟିକଟକ,  ସ୍ନାପଚାଟ, ରେଡିଟ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ  ବ୍ୟବହାର କରିପାରିବେ ନାହିଁ ।ଯଦି  ସୋସିଆଲ ମିଡିଆ କମ୍ପାନି ଏହି ଆଇନ୍‌ରେ ଖିଲାପ  କରେ ତେବେ ତା ଉପରେ ୫ କୋଟି ଅଷ୍ଟ୍ରେଲୀୟ  ଡଲାର ଅର୍ଥାତ ୨୭୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ । ଆସନ୍ତା ଜାନୁଆରୀ ପହିଲାରୁ ଏହା ଲାଗୁ ହେବ ।  ଏଭଳି ଆଇନ ଆଣିବାରେ ଅଷ୍ଟ୍ରେଲିଆ ବିଶ୍ୱରେ  ପ୍ରଥମ ଦେଶ |ସେଥିରେ କୁହାଯାଇଛି କି କୌଣସି  ବ୍ୟବହାରକାରୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନିମାନେ ନିଜର ଗୋପନୀୟ ଦସ୍ତାବିଜ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ପ୍ରମାଣପତ୍ର ଦେବାକୁ  ବାଧ୍ୟ କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *