କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ।କନ୍ଧମାଳ ଜିଲ୍ଲା ଫୁଲବାଣୀ ସାହି ନିକଟରେ ଥିବା ଫାଇନାନ୍ସ କାର୍ଯ୍ୟାଳୟରୁ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ କାର୍ଯ୍ୟାଳୟରେ ପଶି ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ । ଦୁଇ ଆହତ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ ।