ଜଙ୍ଗଲୀ ଜନ୍ତୁ ମାଂସ ଓ ଚମଡା ସହ ଧରା ହେଲେ ବ୍ୟକ୍ତି
ଖାଇଗଲେ ଜଙ୍ଗଲୀ ଜନ୍ତୁଙ୍କ ମାଂସ । ଏପରି ଘଟଣା ନରସିଂହପୁରରୁ ଆସିଛି । ନରସିଂହପୁର ପୂର୍ବ ବନବିଭାଗ ଚଢ଼ାଉ କରି ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସଙ୍କୁ ନିଜ ଘରୁ ଗିରଫ କରିଛି । ଏଠି ସହିତ ଦୁଇ କେଜି ରନ୍ଧା ମାଂସ ସହ ଏକ ଚମଡା ଜବତ ହୋଇଛି ।
ଅଗଷ୍ଟ ୨୮ ତାରିଖରେ ରେଢ଼ାଖୋଲରୁ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲାଇ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ କଲରାପତରିଆ ଶିକାର କରି ମାଂସ ରୋଷେଇ ହେଉଥିବା ବେଳେ ବନବିଭାଗ ଖବର ପାଇଥିଲା । ରାତି ପ୍ରାୟ ୧୧ଟା ବେଳେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଏପରିକି ଘଟଣା ସ୍ଥଳରୁ ରନ୍ଧା ମାଂସ, କଟା ମୁଣ୍ଡ, ଖପୁରୀ, ଗୋଡ଼, ଲାଞ୍ଜ, ଚମଡ଼ା ସହ ଶରୀରର ଅନ୍ୟ ଅଂଶ ଜବତ ହୋଇଥିଲା ।
