ଗାନ୍ଧୀ ଜୟନ୍ତୀ ଅବସରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ
ଭୁବନେଶ୍ୱର : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ରାଜଧାନୀର କେଶୁରା ଅଞ୍ଚଳରେ ଏ ନେଇ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା | ପୂର୍ବାହ୍ନରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସଦସ୍ୟ, ସ୍ଥାନୀୟ ବୁଦ୍ଧିଜୀବୀ, ଯୁବ ସମାଜସେବୀ ମାନେ ଏକତ୍ରିତ ହୋଇ ରାସ୍ତା ପାଖ ଏବଂ ସ୍ଥାନୀୟ ମନ୍ଦିର ନିକଟରେ ସଫେଇ କାମ କରିଥିଲେ | ଏହି ଅବସରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡ଼ ସୁକାନ୍ତି ମିଶ୍ର କହିଥିଲେ କି ବର୍ଷ ସାରା ବିଭିନ୍ନ ସ୍ଥାନରେ ଆମେ ସଫେଇ କାମ କରିଆସୁଛୁ | କେବଳ ସଫେଇ କରିବା ନୁହେଁ, ସ୍ୱଛତା ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହ ସ୍ଥାନୀୟ ଅଞ୍ଚଳରେ କିଭଳି ଏହାର ପ୍ରଭାବ ସୁଦୂରପ୍ରସାରୀ ରହିବ ସେବିଷୟରେ ମଧ୍ୟ ଆମେ ଲୋକଙ୍କୁ ସଚେତନ କରାଉଛୁ |
ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ଥାନୀୟ ଅଂଚଳର କୁନି କୁନି ପିଲାମାନଙ୍କୁ ପରିସ୍କାର ରହିବା, ପରିବେଶକୁ ସଫାସୁତରା ରଖିବା ନେଇ ବୁଝାଇଥିଲେ | ଡ଼ ସୁକାନ୍ତି ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଓଡିଶା ମୁଖ୍ୟ ରବୀନ୍ଦ୍ର ରାଉତରାୟ, ଯୁବ ସାମାଜିକ କର୍ମୀ ରାଜସ୍ମିତା ଶତପଥୀ, ପୂର୍ଣ୍ଣିମା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ |

