ରାଜ୍ୟ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଧର୍ମଘଟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେଇଛି ସଂଘ
ଆନ୍ଦୋଳନରୁ ଓହରିଲା ଓଡ଼ିଶା ଅଣ ଗେଜେଟେଡ୍ ବନ ସେବା ସଂଘ । ଦାବି ପୂରଣ ଲାଗି ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେଇଛି ସଂଘ । ଆଜିଠୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରେ ଯୋଗ ଦେବେ ରାଜ୍ୟର ସମସ୍ତ ଅଣ ଗେଜେଟେଡ ବନ କର୍ମଚାରୀ । ଗତକାଲି ଅପରାହ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବନସେବା ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । କିଛି ଦାବି ପୂରଣ କରିବା ସହ ଆଉ କିଛି ଦାବି ପୂରଣ ଲାଗି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଯଦି ଦୁଇ ମାସ ମଧ୍ୟରେ ସରକାର ଦାବି ପୂରଣ ନ କରନ୍ତି, ତ ଆଗକୁ ଅଣ ଗେଜେଟେଡ ବନସେବା ସଂଘ ପୁନଶ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିବା ଜଣା ପଡିଛି । ୫ ଦଫା ଦାବି ନେଇ ଜୁନ ୧୯ ତାରିଖରୁ ରାଜ୍ୟର ୫୩୭୬ ଫରେଷ୍ଟଗାର୍ଡ , ୨୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର ପ୍ରତୀକ ଆନ୍ଦୋଳନକୁ ଓହ୍ଲାଇଥିଲେ ଓ କାର୍ଯ୍ୟରେ ଥାଇ ପାଟ୍ରୋଲିଂ ଡ୍ୟୁଟି ବନ୍ଦ କରିଥିଲେ ।
