ଦେଶ ବିଦେଶ

ଦୁଇ ଦିନିଆ ୪ ରାଜ୍ୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Spread the love

ଆଜିଠୁ ଦୁଇ ଦିନିଆ ୪ ରାଜ୍ୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ, ତେଲଙ୍ଗାନା, ରାଜସ୍ଥାନ ଓ ଛତିଶଗଡ଼ରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ୫୦ରୁ ଅଧିକ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ। ଏହି ଅବସରରେ ଉତ୍ତରପ୍ରଦେଶ ଗୋରଖପୁର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ। ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ଯୋଗାଇ ଦେବାକୁ ଏହି ରେଳ ଷ୍ଟେସନର ନବୀକରଣରେ ଖର୍ଚ୍ଚ ହେବ ପ୍ରାୟ ୪୯୮ କୋଟି ଟଙ୍କା । ଏହାସହ ୨ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଗୋରଖପୁର-ଲକ୍ଷ୍ନୌ ଏବଂ ଯୋଧପୁର-ସାବରମତି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି। ତେବେ ଏହାକୁ ମିଶାଇ ଦେଶରୁ ୨୫ଟି ବନ୍ଦେ ଭାରତ ଏକ୍ସପ୍ରେସ ମିଳିବାକୁ ଯାଉଛି। ଏହାପରେ ବାରଣାସୀରେ ଅନେକ ପ୍ରୋଜେକ୍ଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *