ସଡକ ନେଟୱାର୍କ ଏବେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଭାରତ
ଚୀନକୁ ପଛରେ ପକାଇ ଭାରତର ସଡକ ନେଟୱାର୍କ ଏବେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବଧୀନ ସରକାରରେ ଗତ ୯ ବର୍ଷରେ, ସଡକ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଆବଶ୍ୟକୀୟ ଉଦ୍ୟମ କରାଯାଇଛି। ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଛତିଶଗଡ଼ ଗସ୍ତରେ ଯାଉଥିବା ବେଳେ ୬ ଲେନ ବିଶିଷ୍ଟ ୩ଟି ଜାତୀୟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତେବେ ଏହି ଜାତୀୟ ରାଜପଥରେ ପଶୁପକ୍ଷୀଙ୍କ ସୁରକ୍ଷାର ଯଥେଷ୍ଟ ଧ୍ୟାନ ରଖାଯାଇଛି। ପଶୁଙ୍କ ରାସ୍ତା ଅତିକ୍ରମଣ ପାଇଁ ୨୭ଟି ଆନିମଲ ପାସ୍ ରହିଛି । ସେହିପରି ମାଙ୍କଡ଼ଙ୍କ ପାଇଁ ୧୭ଟି ମଙ୍କି କ୍ୟାନୋପି ରହିଛି । ଏହି ସୁବିଧା ଉଦନ୍ତି ଅଭୟାରଣ୍ୟର ଜୀବଜନ୍ତୁଙ୍କୁ ଅବାଧରେ ଚଲାବୁଲା କରିବାକୁ ସୁବିଧା ପ୍ରଦାନ କରିବ ।
