ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ
ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ଆଜି ୫ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ଆହତ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛି ଭାରତ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ନୂଆଦିଲ୍ଲୀ ସ୍ଥିତ ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇକମିସନରଙ୍କୁ ସମନ କରାଯାଇଛି ଏବଂ ଶୀର୍ଷ କୂଟନୀତିଜ୍ଞଙ୍କ ସାମ୍ନାରେ ଉକ୍ତ ଘଟଣାକୁ କଡ଼ା ବିରୋଧ କରାଯାଇଛି। ଡେଲଫ୍ଟ ଦ୍ବୀପରେ ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଭାରତ କହିଛି ଯେ କୌଣସି ପରିସ୍ଥିତିରେ ମଧ୍ୟ ମତ୍ସ୍ୟଜୀବୀଙ୍କ ବିରୋଧରେ ଶ୍ରୀଲଙ୍କା ସେନାର ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।

