ରାଜ୍ୟ

ଭିତରକନିକାରେ ଚାରି ପ୍ରଜାତିର ଡଲ୍‌ଫିନ୍‌

Spread the love

ଗତ ୬ ବର୍ଷ ହେଲା ଓଡ଼ିଶାରେ ସବୁଠୁ ଅଧିକ ଏବଂ ଅଧିକ ପ୍ରଜାତିର ଡଲ୍‌ଫିନ୍‌ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳୁଛି। ଚଳିତବର୍ଷ ଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୭୧୦ ଡଲ୍‌ଫିନ୍‌ ଦେଖାଯାଇଥିଲା ବେଳେ କେବଳ ଭିତରକନିକରେ ୫୦୫ ଡଲ୍‌ଫିନ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଗହୀରମଥାରେ ୪ଟି ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଇଛି ବୋଲି ଗଣନା ରିପୋର୍ଟରେ ଦର୍ଶାଯାଇଛି।ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍ ଗଣନା କରାଯାଉଥିଲା। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତି କ୍ରମେ ୨୦୧୫ ମସିହାରୁ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍ ଗଣନା କରାଯାଉଛି। ଏହା ପୂର୍ବରୁ ଗହୀରମଥା ଓ ଭିତରକନିକାରେ ୨୦୨୧ରେ ୩୪୨, ୨୦୨୨ରେ ୫୪୦, ୨୦୨୩ରେ ୫୫୦ ଓ ୨୦୨୪ରେ ୫୦୨ଟି ଡଲ୍‌ଫିନ୍‌ ରହିଥିବା ଗଣନା ବେଳେ ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *