ଦେଶ ବିଦେଶ

ପାକିସ୍ତାନରେ ଟ୍ରେନ୍‌ ଅପହରଣ କଲେ ବ‌ଲୁଚ ବିଦ୍ରୋହୀ

Spread the love

ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନରେ ଆଜି ବଲୁଚ ବିଦ୍ରୋହୀମାନେ ଏକ ଯାତ୍ରୀବାହୀ ‌ଟ୍ରେନ୍‌ ଉପରେ ଆକ୍ରମଣ କରି ଏହାକୁ ନିଜ କବ୍‌ଜାକୁ ନେଇଛନ୍ତି। ୪୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଟ୍ରେନ୍‌ଟି ବଲୁଚିସ୍ତାନ ପ୍ରଦେଶର କ୍ବେଟାରୁ ଖାଇବର ପଖ୍‌ତୁନ୍‌ଖ୍ୱାର ପେଶାୱାରକୁ ଯାଉଥିବାବେଳେ ରାସ୍ତାରେ ବିଏଲ୍‌ଏ (ବଲୁଚ ମୁକ୍ତି ସେନା)ର ସଦସ୍ୟମାନେ ‌ରେଳ ଧାରଣାକୁ ବ‌ିସ୍ଫୋରଣରେ ଉଡ଼ାଇ ଟ୍ରେନ୍‌କୁ ହାଇଜାକ୍‌ କରିଥିଲେ। ଏହାପରେ ସେମାନେ ଟ୍ରେନ୍‌କୁ ସବୁଦିଗରୁ ଘେରିଯାଇ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ୩୦ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ୧୮୨ ଯାତ୍ରୀଙ୍କୁ ବିଦ୍ରୋହୀମାନେ ପଣବନ୍ଦୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *