ରାଜ୍ୟ

ପିସିସି କିଷାନ କଂଗ୍ରେସର ରାଜ୍ୟସ୍ତରୀୟ ଚିନ୍ତନ ବୈଠକ

Spread the love

ଓଡ଼ିଶା‌ରେ ୬୫ ଭାଗରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। କୃଷି ଓ କୃଷକର ପ୍ରଗତି ନ ହେଲେ ରାଜ୍ୟରେ ପ୍ରଗତି ଅସମ୍ଭବ। ତେଣୁ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତିର ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ଟସ୍କଫୋର୍ସ କମିଟି ଗଠନ କରାଯିବ। ଆଜି କଂଗ୍ରେସ ଭବନରେ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗ ଦେଇ କହିଲେ, ଚାଷୀଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଯେଉଁ ଭଳି ଭାବରେ ବୈମାତୃକ ମନୋଭାବ ପୋଷଣ କରାଯାଉଛି ଏହା ରାଜ୍ୟର ପ୍ରଗତି ପାଇଁ ଶୁଭଙ୍କର ନୁହେଁ। ରାଜ୍ୟର ପ୍ରତି ବ୍ଲକ ଓ ଜିଲ୍ଲାସ୍ତରକୁ ଯାଇ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଲାଗି ଖୁବଶୀଘ୍ର ଏକ ଟାକ୍ସଫୋର୍ସ କମିଟି ଗଠନ ହେବ। ଏହାସହ କିଷାନ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକ କ୍ରିୟାଶୀଳ କରାଯାଇ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *