ରାଜ୍ୟ

ରାଜ୍ୟରେ କୁହୁଡି ସମ୍ଭାବନା ନେଇ ୨୪ ଘଣ୍ଟା ପାଇଁ ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Spread the love

ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ କମିବ । ସେହିପରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ । ଏହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।  ଆସନ୍ତା ଦୁଇ ଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି ।  ଏଥିପାଇଁ ୨୪ ଘଣ୍ଟା ପାଇଁ ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ନୟାଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ସମେତ ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।ସେହିପରି ଆସନ୍ତାକାଲି  ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣରେ କୁହୁଡି ହୋଇପାରେ । ଯାନବାହାନ ଧୀରେ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *