ଏଜି ଛକରେ ଦୁର୍ଘଟଣା , ସାଂସଦଙ୍କ ପିଆରଓଙ୍କ କାରକୁ ଧକ୍କା ଦେଲା ଟ୍ରକ୍
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପିଆରଓ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଭୁବନେଶ୍ୱର ସ୍ଥିତ ଏଜି ଛକରେ ତାଙ୍କ କାରକୁ ଏକ ବାଲି ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା।ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣାସ୍ଥଳରୁ ପଳାଇ ଯାଇଥିଲା।ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବିମଳଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡ଼ିଛି । କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

