ଭୁବନେଶ୍ୱରରେ ପହଞ୍ଚି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ସକାଳ ୧୦.୪୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ସ୍ବାଗତ କରିବା ଲାଗି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଜନତା ମଇଦାନକୁ ଯାଇଛନ୍ତି । ସେଠାରେ ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିଛନ୍ତି ନରେନ୍ଦ୍ର ମୋଦି । କନକ୍ଲେଭରେ ଦେଶ ବିଦେଶର ଜଣାଶୁଣା ଇଣ୍ଡଷ୍ଟ୍ରି ଟାଇକୁନ ଯୋଗ ଦେବେ । ଦୁଇଦିନିଆ କନକ୍ଲେଭରେ ବିଭିନ୍ନ ସେସନରେ ଅଲଗା ଅଲଗା ଶିଳ୍ପ କ୍ଷେତ୍ର ପାଇଁ ହେବ ଆଲୋଚନା । ଓଡ଼ିଶାରୁ କେତେ ଆସିବ ପୁଞ୍ଜି, କେତେ ପ୍ରତିଷ୍ଠା ହେବ ଶିଳ୍ପ ତାଉପରେ ଫୋକସ ରହିଛି । ଉତ୍କର୍ଷ ଓଡିଶା କନକ୍ଲେଭ ଯୁଗାନ୍ତକାରୀ ଓ ଐତିହାସିକ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ । ଓଡିଶାର ପ୍ରତି ଜିଲାକୁ କିପରି ଶିଳ୍ପରେ ଆଗକୁ ନିଆଯିବ ତାହା ପ୍ରାଥମିକତା ରହିଛି । ଓଡ଼ିଶାରୁ ଶିଳ୍ପ ବିପ୍ଲବ ଆରମ୍ଭ ହେବ ବୋଲି ସେ କହିଛନ୍ତି । ପ୍ରତିଦିନ ୪ଟି ସେସନ ସହ ୧୬ଟି ରିଜିଓନାଲ ସେସନ ରହିଛି ।

