ରଥଯାତ୍ରା ପାଇଁ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ରଥକାଠ । ନୟାଗଡରୁ ୩ଟି ଟ୍ରକରେ ୧୦୧ ଖଣ୍ଡ କାଠ ପୁରୀ ଅଭିମୁଖେ ବାହାରିଛି । ଡିସେମ୍ବର ୧୬ ତାରିଖରେ ପୁରୀରୁ ୩ଜଣ ସେବାୟତ ଆଜ୍ଞାମାଳ ଧରି ନୟାଗଡ ଡିଏଫଓଙ୍କ ନିକଟରେ ପହଂଚିଥିଲେ । ୧୭ ତାରିଖ ଦିନ ଗଣିଆ ନିକଟସ୍ଥ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ କାଠ କଟା ଆରମ୍ଭ ହୋଇଥିଲା ।ଆଜି ଟ୍ରକ ଯୋଗେ ପୁରୀ ଅଭିମଖେ କାଠ ଯାଇଛି । ୫୩ଖଣ୍ଡ ଧଉରା କାଠ ଥିବାବେଳେ ୪୮ ଖଣ୍ଡ ଅସନ କାଠ ରହିଛି ।ସମସ୍ତ ରଥକାଠ ପହଞ୍ଚିବା ପରେ ଅକ୍ଷୟ ତୃତୀୟା ଦିନ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ |

