କୁଡ଼ିଆରେ ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ
ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ଆଜି ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆରେ ତିଆରି ହୋଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ। ଏହି ସମୟରେ ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ସେମାନଙ୍କ ମାଆ ସୁଶାରୀ ମାଝୀ । ପରେ ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଜଳିଯାଉଥିଲେ । ସେମାନଙ୍କ ଚିତ୍କାର ଶୁଣି ମହିଳା ଜଣଙ୍କ ଆସିବା ବେଳକୁ ସବୁକିଛି ସରି ସାରିଥିଲା । ପୁଅଝିଅଙ୍କ ମୃତ୍ୟୁରେ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡିଥିବାବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି ।

