ରାଜ୍ୟ

ସୋଲ୍‌ରେ କଲରାପତରିଆ ଆତଙ୍କ

Spread the love

ବଣାଇ ବନଖଣ୍ଡ ସୋଲ୍‌ ରେଞ୍ଜ ଅନ୍ତର୍ଗତ କେଲୋ ଗାଁ ନିକଟସ୍ଥ ଜଙ୍ଗଲରେ କଲରାପତିଆ ବାଘ ଆତଙ୍କ ଖେଳାଇଛି। ଗତ ତିନିଦିନ ଧରି ଏହି ବାଘ ପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ତିନିଦିନ ଭିତରେ ବାଘଟି ଆଖପାଖ ଗାଁ’ର କିଛି ଛେଳିଙ୍କୁ ମାରିବା ସହ ୧୦ରୁ ଅଧିକ ଛେଳିଙ୍କୁ ଖଣ୍ଡିଆଖାବରା କରିଥିବା ଲୋକେ ଅଭିଯୋଗ କରିଛନ୍ତି।କେବଳ ସୋଲ୍‌ ରେଞ୍ଜ ନୁହେଁ ଜର୍ଡା ରେଞ୍ଜରେ ମଧ୍ୟରେ ସମାନ ଘଟଣା ଘଟିଛି। ଯାହାକୁ ନେଇ ଉଭୟ ରେଞ୍ଜ୍‌ର ଜଙ୍ଗଲ ନିଟସ୍ଥ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

Leave a Reply

Your email address will not be published. Required fields are marked *